Posted inରାଜ୍ୟ

ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା, ମିଳିପାରେ ବଡ ପଦବୀ

ଭୁବନେଶ୍ୱର,୯ା୬: ବ୍ରଜରାଜନଗର ଭାଜପା ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ହାଇକମାଣ୍ଡଙ୍କ ଡ଼ାକରାରେ ସେ ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ କୌଣସି ବଡ଼ ଭୂମିକା ମିଳିପାରେ। ରବିବାର ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିପାରନ୍ତି।

ଓଡ଼ିଶାରେ ଭାଜପା ବିଧାନସଭାରେ ୭୮ ବିଧାୟକ ସହିତ ବହୁମତ ହାସଲ କରିଛି। ସୋମବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇପାରି ନାହିଁ। ତେବେ ଶନିବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସୋମବାର ସକାଳେ ବିଧାୟକ ଦଳ ବୈଠକ ବସିବ। ଯେଉଁଠି ସର୍ବସମ୍ମତି କ୍ରମେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିବ।

ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ରେସରେ ଥିବା ପ୍ରମୁଖ ଚର୍ଚ୍ଚିତ ନାଁ ଗୁଡିକ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମରେ ରହିଛନ୍ତି। ତାଙ୍କ ପଛକୁ ମନମୋହନ ସାମଲ, କେଭି ସିଂହଦେଓ, ମୋହନ ମାଝୀଙ୍କ ନାଁ ରହିଛି। ଅପରପକ୍ଷେ ରବିବାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲା ବେଳେ ଓଡ଼ିଶାରୁ କେଉଁ ନେତାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଯେଉଁ ନେତାଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳେ ସେ ସିଧାସଳଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ପଡିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri