Categories: ଜାତୀୟ

ଭାଜପା ନିଶ୍ଚିତ କରୁ କେତେ ଆସନ ବ୍ୟବଧାନରେ ପରାଜିତ ହେବ: କମଲନାଥ…

ଭୋପାଳ,୧୦।୧୦ : ମଧ୍ୟପ୍ରଦେଶ ଏବଂ ଅନ୍ୟ ଚାରିଟି ରାଜ୍ୟରେ ନିର୍ବାଚନ ଆୟୋଗ ଭୋଟ ସୂଚୀ ଘୋଷଣା କରିବାର ଗୋଟିଏ ଦିନ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ଶାସକ ଭାଜପାର ପରାଜୟ ନିଶ୍ଚିତ ବୋଲି କଂଗ୍ରେସ କହିଛି। ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି କେତେ ଆସନ ବ୍ୟବଧାନରେ ପରାଜିତ ହେବ ତାହା ଭାଜପା ନିଜେ ସ୍ଥିର କରିବା ଉଚିତ। କାରଣ ମଧ୍ୟପ୍ରଦେଶର ଲୋକମାନେ ସେମାନଙ୍କୁ ଚିହ୍ନି ସାରିଛନ୍ତି। ଏଥର ତାଙ୍କର ଫ୍ୟୁଜ ଉଡିଯିବ।

ଭାଜପାର ପରାଜୟ ନିଶ୍ଚିତ। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କ କ୍ଷମତାଚ୍ୟୁତ କରି ଭାଜପା ଆଉ କେତେ ଦିନ ଏଭଳି କାର୍ଯ୍ୟ କରିବ। ଲୋକେ ଏହାର ଉଚିତ ଜବାବ ଦେବେ।

Share