Categories: ଜାତୀୟ

କ୍ଷମତା ପାଇଁ ସବୁକିଛି କରିପାରିବ ଭାଜପା: ସତ୍ୟପାଲ ମଲିକ…

ନୂଆଦିିଲ୍ଲୀ,୩୧।୭ : ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଆଜି ସକାଳେ ଟୁଇଟରରେ ସତ୍ୟପାଲ ମଲିକ ଟ୍ରେଣ୍ଡିଂରେ ଅଛନ୍ତି। ୪୦ ସେକେଣ୍ଡର ଏକ ଭିଡିଓରେ ପୂର୍ବତନ ରାଜ୍ୟପାଳ କହୁଥିବାରୁ ଦେଖାଯାଉଛି ଭାଜପା ପାଇଁ ସବୁକିଛି କରିପାରିବ ।

ମୁଁ ଭୟ କରୁଛି ଭାଜପା ହୁଏତ କିଛି ଖରାପ କାମ କରିପାରେ ଯେପରିକି ରାମ ମନ୍ଦିରରେ ବିସ୍ଫୋରଣ ଅବା ଭାଜପା ନେତାଙ୍କୁ ହତ୍ୟା କରିବାର ଆଶଙ୍କା ରହିଛି। କାରଣ ଭାଜପା ଏଭଳି କାର୍ଯ୍ୟ କରିପାରିବ। ଯେଉଁ ଦଳ ପୁଲୱାମା ଭଳି ଆକ୍ରମଣର ରଚି ପାରିଥିଲା ସେ ଦଳ ସବୁ କିଛି କରିପାରିବ।

ଭାଜପା ସଦସ୍ୟମାନେ ସଂସଦରେ ଆଦୌ ଧ୍ୟାନ ଦେଉ ନାହାନ୍ତି। ସେମାନେ ଭୁଲ ରାସ୍ତାରେ ଅଛନ୍ତି। ବର୍ତ୍ତମାନ କ୍ଷମତା ଛାଡିବା ସେମାନଙ୍କ ପାଇଁ ସର୍ବୋତ୍ତମ। ପରାଜୟ ପରେ ଗଲେ କ‘ଣ ଭଲ ହେବ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ସେମାନେ ୨୦୨୪ରେ ସଫଳ ହେବେ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି।

ବରିଷ୍ଠ ଆଡଭୋକେଟ ପ୍ରଶାନ୍ତ ଭୂଷଣ ଏହି ଭିଡିଓ ଶେୟାର କରି କହିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଯାହା କହିଛନ୍ତି ତାହା ଏକ ଭୟଙ୍କର କଥା। କଂଗ୍ରେସର ଅନେକ ନେତା ଏହି ଭିଡିଓ ଶେୟାର କରିଛନ୍ତି। ଆମି ଯୁବ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛି ମିଛ ଦେଶପ୍ରେମ ନାମରେ ଭୋଟ ପାଇବା ବନ୍ଦ କର।

Share