Categories: ଜାତୀୟ

ଭାଜପା ପ୍ରାର୍ଥୀଙ୍କୁ ଗୁଳି

କୋଲକତା,୧୯।୪: ପଶ୍ଚିମବଙ୍ଗର ମାଲଦାଠାରେ ଭାଜପା ପ୍ରାର୍ଥୀଙ୍କୁ ଗୁଳି କରାଯାଇଛି। ମାଲଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଗୋପାଳ ଚନ୍ଦ୍ର ସାହା ରବିବାର ରାତି ୯ଟାରେ ପ୍ରଚାରରୁ ଫେରୁଥିଲେ। ଏହି ସମୟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଘଟଣାରେ ଗୋପାଳ ଚନ୍ଦ୍ର ସାହା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗଳାରେ ଗୁଳି ବାଜିଛି। ତାଙ୍କୁ ମାଲଦା ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।
ରବିବାର ରାତିରେ ଗୋପାଳ ଚନ୍ଦ୍ର ସାହା ନିର୍ବାଚନ ପ୍ରଚାର ଶେଷ କରିବା ପରେ ତାଙ୍କ କାର୍ଯ୍ୟାଳୟକୁ ଫେରୁଥିଲେ। ଏହି ସମୟ ମଧ୍ୟରେ ଅଜ୍ଞାତ ବ୍ୟକ୍ତିମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଘଟଣା ପରେ ମାଲଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଏପ୍ରିଲ ୨୯ରେ ମାଲଦାଠାରେ ଏକ ର୍ନିବାଚନ ହୋଇଛ।ଘଟଣା ପରେ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ।

Share