ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଆଗରେ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ ଗଣତି। ଏହି କ୍ରମରେ ଚିତ୍ରକୋଣ୍ଡାବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଡମ୍ବରୁ ସିସା ୨୨ ରାଉଣ୍ଡ ସୁଦ୍ଧା ୩୮,୫୬୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ୩୭,୬୪୯ ଖଣ୍ଡ ପାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥତ୍ନୀ ଲକ୍ଷ୍ମୀପ୍ରିୟା ନାୟକ ୨୭,୨୨୬ ଖଣ୍ଡ ଭୋଟ ପାଇଛନ୍ତି । ସୂଚନାଯୋଗ୍ୟ, ଭାଜପା ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୯୧୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।