ଲମ୍ବା ଲାଇନ୍‌ରେ ଠିଆ ହୋଇ ପ୍ରାୟ ଦେଢ଼ ଘଣ୍ଟା ପରେ ଭୋଟ ଦେଲେ ଭାଜପା ପ୍ରାର୍ଥୀ ପଙ୍କଜ ଗୁପ୍ତା

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଭୋଟ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଅନେକ ସ୍ଥାନରେ ଇଭିଏମ୍‌ ଓ ଭିଭିପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଭୋଟରମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। ଇତିମଧ୍ୟରେ ଉନ୍ନାଓ ସଦର ଆସନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ତଥା ବିଧାୟକ ପଙ୍କଜ ଗୁପ୍ତା ପ୍ରାୟ ଦେଢ଼ ଘଣ୍ଟା ଲମ୍ବା ଲାଇନ୍‌ରେ ଠିଆ ହେବା ପରେ ଶେଷରେ ଭୋଟ ଦେଇଛନ୍ତି। ସରକାରୀ ବାଳିକା ଇଣ୍ଟର କଲେଜରେ ହୋଇଥିବା ମତଦାନ କେନ୍ଦ୍ରରେ ଇଭିଏମ୍‌ ମେସିନ୍‌ ଖରାପ୍‌ ହୋଇଯିବାରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଫଳରେ ସକାଳୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ। ତେବେ ଏଥିରୁ ଭାଜପା ପ୍ରାର୍ଥୀ ପଙ୍କଜ ଗୁପ୍ତା ମଧ୍ୟ ବାଦ୍‌ ପଡ଼ି ନ ଥିବା ସୂଚନା ରହିଛି।

Share