ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଭାଜପା: ବାପାଙ୍କ ପରେ ପୁଅକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ଜଗତ୍‌ସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ୱର ସଦର ପାଇଁ ଭାଜପା ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ଦଳ ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିବା ରାଜକିଶୋର ବୋହରା ଜଗତ୍‌ସିଂହପୁର ତିର୍ତ୍ତୋଲରୁ ଲଢ଼ିବେ ବୋଲି ଭାଜପା ଘୋଷଣା କରିଛି।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ସେହିପରି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ବିଷ୍ଣୁ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ତାଙ୍କ ମୃତ୍ୟୁ ପରେ ସେହି ଆସନ ଖାଲି ପଡ଼ିଥିଲା। ତେବେ ଏହି ୨ ଆସନ ପାଇଁ ନଭେମ୍ବର ୩ ତାରିଖରେ କୋଭିଡ୍‌ କଟକଣା ମଧ୍ୟରେ ମତଦାନ କରାଯିବ।

Share