ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି।

ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ବୁଗୁଡ଼ା ମାଳିଝୋଳା ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ୧୦ ହଜାରରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବୁଗୁଡ଼ା ସହର ପରିକ୍ରମା କରି ବୁଗୁଡ଼ା ପୋଲସରା ମୁଖ୍ୟ ରାସ୍ତା ଦେଇ ପୋଲସରା ସହର ଲୁଣିଘାଟି ପଡ଼ିଆରେ ପହଞ୍ଚି ଥିଲେ। ସେଠାରେ କିଛି ସମୟ ଅଟକିବା ପରେ ପୁଣି ଶୋଭାଯାତ୍ରାରେ ବାହାରି ମାରଦା ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ପରେ ଛତ୍ରପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସମର୍ଥକଙ୍କ ଉପସ୍ଥିତିରେ ରିଟର୍ନିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ l

ଏହି ଅବସରରେ ଆସିକା ଏମ୍‌ପି ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଘୁମୁସର ସାଙ୍ଗଠନିକ ଜିଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଏପରିକି ନାରୀନେତ୍ରୀ ଆରତୀ ଦେବୀ, ରୀନାରାଣୀ ଦେବୀ, ଭାଜପା ନେତା ଗଙ୍ଗାଧର ନାୟକ, ଗୀତାଞ୍ଜଳି ନାୟକ, ପ୍ରତିମା ସାହୁ, ପୃଥିବୀରାଜ ଭଞ୍ଜଦେଓ, ଆଇନଜୀବୀ ସୁଶାନ୍ତ କୁମାର ମଳିକ, ମନୋଜ କୁମାର ରଥ, ପ୍ରବିତ୍ର ନାୟକ, ପ୍ରଶାନ୍ତ ପ୍ରଧାନ, ବାବୁଲୀ ନାୟକ, ସୁନୀଲ ପାଢ଼ୀ, ଯୁବନେତା ରାଜେନ୍ଦ୍ର ପାତ୍ର, ରାଜ୍ୟ ପ୍ରଭାରୀ ଦୁର୍ଗା ଚରଣ ପଟ୍ଟନାୟକ, ସୌଯ୍ୟରଞ୍ଜନ ସାହୁ, ଜଗନ୍ନାଥ ସାମଲ, ନାରାୟଣ ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ସତ୍ୟନାରାୟଣ ସାହୁଙ୍କ ସମେତ ଅନେକ ନେତା, କର୍ମୀ ଏବଂ ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।