Posted inଜାତୀୟ

ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ

କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ଏହି ଅଞ୍ଚଳରେ ଜଣେ ଭାଜପା ପ୍ରାର୍ଥୀ ନିର୍ବାଚନ ପ୍ରଚାର ସମୟରେ ଜଣେ ଝିଅଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗ ହୋଇଛି ।

ଭାଜପା ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି । ଫଟୋ ଭାଇରାଲ ହେବା ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି । ତେବେ ବିବାଦ ବଢିବା ପରେ ଏବେ ଭାଜପା ପ୍ରାର୍ଥୀ ଜଣକ ସେହି ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ତଥା ତାଙ୍କ ଝିଅ ବୋଲି କହିଛନ୍ତି।

ସୂଚନାନୁସାରେ, ଏହି ଘଟଣା ଉତ୍ତର ମାଲଦାର ଶ୍ରୀହିପୁର ଗ୍ରାମରେ ଘଟିଛି । ଏଠାରୁ ଭାଜପା ଖାଗେନ ମୁର୍ମୁଙ୍କୁ ଟିକେଟ ଦେଇଛି। ଏହି ଘଟଣାରେ ଟିଏମସି ଜିଲା ଉପାଧ୍ୟକ୍ଷ ଦୁଲାଲ ସରକାର କହିଛନ୍ତି ଯେ, ଭାଇରାଲ ଫଟୋରେ ମାଲଦା ଉତ୍ତର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ତଥା ଏମପି ମୁର୍ମୁ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

ଏନେଇ ମୁର୍ମୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ‘ଫଟୋଗ୍ରାଫକୁ ବିକୃତ କରି ଦଳ ତଥା ବ୍ୟକ୍ତିବିଶେଷଙ୍କୁ ବଦନାମ କରାଯାଉଛି । ଏହି ଘଟଣା ପରେ ମାଲଦା ସାଇବର କ୍ରାଇମ ପୋଲିସ ଷ୍ଟେସନରେ ତୃଣମୂଳ କଂଗ୍ରେସ ବିରୋଧରେ ଅଭିଯୋଗ ଦାଖଲ କରାଯିବ । ସେହି ମହିଳା ଜଣକ ମୋ ଝିଅ ପରି ଏବଂ ନିଜ ଝିଅଙ୍କୁ ଚୁମ୍ବନ ଦେବା ଭୁଲ ନୁହେଁ।

ସେପଟେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଉକ୍ତ ମହିଳାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ‘ଯେଉଁ ସମୟରେ ଏହି ଘଟଣା ଘଟିଛି ସେହି ସମୟରେ ମୋ ବାପା-ମା’ ମଧ୍ୟ ଉପସ୍ଥିତ ଥିଲେ । ମୁର୍ମୁ ବାବୁ ଆମର ସମ୍ପର୍କୀୟ । ସେ ପିଲାଦିନରୁ ମୋତେ ଦେଖିଛନ୍ତି ଏବଂ ମୋତେ ଝିଅ ଭଳି ଭଲ ପାଆନ୍ତି । ସୋସିଆଲ ମିଡିଆରେ ଏଭଳି ଘଟଣା ଭାଇରାଲ କରୁଥିବା ଲୋକମାନଙ୍କ ମାନସିକତା ଖରାପ ବୋଲି ମହିଳାଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri