Categories: ଜାତୀୟ

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ଭାଜପା ଜାରି କଲା ପ୍ରାର୍ଥି ତାଲିକା

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ଭାଜପା ଏହି ତାଲିକା ପ୍ରକାଶ କରିଛି।
ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ତାଲିକା ଭାଜପା ପ୍ରକାଶ କରିଛି। ଛତିଶଗଡରେ ୬୪ ପ୍ରାର୍ଥୀ ଏବଂ ମଧ୍ୟପ୍ରଦେଶରେ ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଛତିଶଗଡ ପାଇଁ ଏହା ହେଉଛି ଭାଜପାର ଦ୍ୱିତୀୟ ତାଲିକା ଏବଂ ମଧ୍ୟପ୍ରଦେଶ ପାଇଁ ତୃତୀୟ ତାଲିକା।
ମଧ୍ୟପ୍ରଦେଶର ବୁଦ୍ଧନିରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟିକେଟ ଦିଆଯାଇଛି। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଦତିୟାରୁ ଟିକେଟ ଦିଆଯାଇଛି।
ଏମପି ଦିୟା କୁମାରୀଙ୍କୁ ରାଜସ୍ଥାନର ବିଦ୍ୟାନଗରରୁ ଟିକେଟ ଦିଆଯାଇଛି। ରାଜ୍ୟ ସଭା ଏମପି କିରୋଡିଲାଲ ମୀଣାଙ୍କୁ ସୱାଇ ମାଧୋପୁରରୁ ଟିକେଟ ଦିଆଯାଇଛି। ଏମପି ଭଗୀରଥ ଚୌଧୁରୀ, ବାଲକନାଥ, ନରେନ୍ଦ୍ର କୁମାର ଏବଂ ଦେବ ଜୀ ପଟେଲ ପଟେଲଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଜୟପୁରରୁ ଟିକେଟ ଦିଆଯାଇଛି।

Share