ଓମ୍‌ପ୍ରକାଶଙ୍କ ବିଜୟ ପାଇଁ ଅଧିଆ ପଡ଼ିଲେ ସମିତି ସଭ୍ୟା

ସାକ୍ଷୀଗୋପାଳ, ୫ା୬(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର):ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କ ବିଜୟ ପାଇଁ ମାନସିକ ରଖି କଣାସ ବ୍ଲକ ଅଣ୍ଡାଳସିଂ ପଞ୍ଚାୟତର ସମିତି ସଭ୍ୟା ତଥା ରୁଢୁପୁର ଗ୍ରାମର ଲିଜା ଛୋଟରାୟ ମଙ୍ଗଳବାର ମନ୍ଦିର ସମ୍ମୁଖରେ ଅଧିଆ ପଡ଼ିଥିଲେ। ସକାଳ ୬ରୁ ରାତ୍ର ୯ଟା ପର୍ଯ୍ୟନ୍ତ ସେ ଉପବାସ ରହି ମନ୍ଦିରର ଗରୁଡ଼ସ୍ତମ୍ଭ ନିକଟରେ ଠାକୁରଙ୍କୁ ଗୁହାରି ଜଣାଇଥିଲେ। ମନ୍ଦିର ପୂଜାପଣ୍ଡା ଓ ସେବାୟତଙ୍କ ଅନୁରୋଧ ସତ୍ତ୍ୱେ ସେ କୌଣସି ଖାଦ୍ୟ କିମ୍ବା ପାଣି ଗ୍ରହଣ କରି ନ ଥିଲେ।
ଓମ୍‌ପ୍ରକାଶ ବିଜୟ ହେବା ନେଇ ରାତି ୮ଟାରେ ଖବର ପାଇବା ପରେ ସେ ଉପବାସ ତଥା ମାନସିକ ବ୍ରତ ଭାଙ୍ଗିଥିଲେ। ଏ ନେଇ ଲିଜା କହିଛନ୍ତି, ୨୦୧୯ ନିର୍ବାଚନରେ ସେ ଭାଜପା ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ। ଓମ୍‌ପ୍ରକାଶଙ୍କ ନେତୃତ୍ୱ ଓ ସହଯୋଗ ଯୋଗୁ ସେ ବିଜୟର ସ୍ବାଦ ଚାଖିଥିଲେ। ସେହିପରି ତାଙ୍କର ଅନେକ କଠିନ ସମୟରେ ଓମ୍‌ପ୍ରକାଶ ସହଯୋଗର ହାତ ବଢାଇଥିଲେ। ତେଣୁ ତାଙ୍କୁ ବିଧାୟକ ଭାବେ ଦେଖିବା ପାଇଁ ସେ ସାକ୍ଷୀଗୋପାଳ ଠାକୁରଙ୍କ ନିକଟରେ ଅଧିଆ ପଡ଼ିଥିଲେ। ପ୍ରଭୁ ସାକ୍ଷୀଗୋପାଳ ତାଙ୍କ ଡାକ ଶୁଣିଛନ୍ତି। ଯଦି ଓମ୍‌ପ୍ରକାଶ ବିଜୟୀ ହୋଇ ନ ଥାନ୍ତେ ତେବେ ଜଳ ମଧ୍ୟ ସ୍ପର୍ଶ କରି ନ ଥାନ୍ତେ ବୋଲି ଲିଜା ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦...

IPL Cheerleader Salary: ଗୋଟିଏ ମ୍ୟାଚ୍‌ ପାଇଁ କେତେ ଟଙ୍କା ନିଅନ୍ତି ଚିୟରଲିଡର୍ସ: ଜାଣନ୍ତୁ କେଉଁ ଦଳ ଦିଏ ଅଧିକ ଟଙ୍କା

ନୂଆଦିଲ୍ଲୀ,୨୨।୪: IPL 2025ରେ ସମସ୍ତ ୧୦ଟି ଦଳ ସେମାନଙ୍କ ମ୍ୟାଚ ପାଇଁ ଚିୟରଲିଡର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପ୍ରତିବର୍ଷ ଘଟେ। ଏଥିରେ ବିଦେଶୀ ଯୁବତୀମାନେ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image