Categories: ଜାତୀୟ

ଭାଜପା ପ୍ରାର୍ଥୀଙ୍କ ଭାଇଙ୍କ ଘରୁ ୨୩ କେଜି ସୁନା ଜବତ

ପାଟନା, ୧୭।୧୦: ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ବଡ଼ ଖବର ଆସି ପହଞ୍ଚିଛି। ରାକ୍ସଲରୁ ଭାଜପା ପ୍ରାର୍ଥୀ ଥିବା ପ୍ରମୋଦ କୁମାର ସିହ୍ନାଙ୍କ ଭାଇଙ୍କ ଘରୁ ୨୨ କେଜି ୫୭୬ ଗ୍ରାମ ସୁନା ବିସ୍କୁଟ ଓ ୨ କେଜି ରୂପା ଜବତ କରାଯାଇଛି। ନେପାଳ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରମୋଦ ସିହ୍ନାଙ୍କ ଭାଇ ଅଶୋକ ସିହ୍ନା ନେପାଳ ପାର୍ସା ଜିଲାରେ ରୁହନ୍ତି। ଅଶୋକଙ୍କ ବାସଭବନରେ ଚଢ଼ଉ ପରେ ଖବରଦାତା ସମ୍ମିଳନୀରେ ପୋଲିସ ଏହି ସୂଚନା ଦେଇଛି।


ତଳେ ପ୍ରମୋଦ କୁମାର ୩ କୋଟି ଟଙ୍କା ଦେଇ ଟିକେଟ୍‌ ପାଇଥିଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ନେପାଳର ଜଣେ ବ୍ୟବସାୟୀ ତାଙ୍କୁ ଟଙ୍କା ଦେବାରେ ସହାୟତା କରିଥିଲେ। ଏବେ ତାଙ୍କ ଭାଇଙ୍କ ଘରେ ପୋଲିସ ରେଡ୍‌ କରିବା ପରେ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଛନ୍ତି। ବିରଗଞ୍ଜ ମହାନଗର ନିଗମର ଓ୍ବାର୍ଡ ନମ୍ବର ୫ ରେଶମକୋଠିସ୍ଥିତ ଗଣେଷ ଆପାର୍ଟମେଣ୍ଟ ୩ୟ ମହଲାରେ ଅବସ୍ଥିତ ଫ୍ଲାଟ୍‌ ନମ୍ବର-୩୦୩ରେ ଏହି ଚଢ଼ଉ କରାଯାଇଥିଲା। ଏହି ଫ୍ଲାଟ୍‌ ଅଶୋକ ସିହ୍ନାଙ୍କର ବୋଲି ଜଣାପଡ଼ିଛି। ଚଢ଼ଉ ସମୟରେ ନେପାଳ ପୋଲିସ ୨୨ କେଜି ୫୭୬ ଗ୍ରାମ ସୁନା ବିସ୍କୁଟ ଓ ଅଳଙ୍କାର ଏବଂ ୨.୨୬୨ କେଜି ରୂପା ଅଳଙ୍କାର ଜବତ କରିଛି। ଏହି ଚଢ଼ଉ ସମୟରେ ଘରେ କେହି ନ ଥିଲେ। ପୋଲିସ ଘରର ତାଲା ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଜବତ କରିଥିଲା।

Share