ନିଜ ଗ୍ରାମ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ

ଝାରସୁଗୁଡା ଅଫିସ, ୧୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଆସନ୍ତା ୩୧ରେ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥତ୍ନୀପ୍ରାର୍ଥୀ ରଣନୀତି ପ୍ରସ୍ତୁତକରି ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ଭାଜପା ପ୍ରାର୍ଥିନୀ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଲଖନପୁର ବ୍ଲକ୍‌ ୧୯ଖଣ୍ଡ ମୌଜା ନିଜ ଗ୍ରାମ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ କରିଛନ୍ତି। ଗ୍ରାମଦେବୀ ସାଇପାଟ ଓ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରାର୍ଥିନୀ ପଣ୍ଡା ନିଜ ସମର୍ଥକଙ୍କ ସହ ଧୂଲୁଣ୍ଡା, ଚାଣ୍ଟିପାଲି, ସରେଇପାଲି, କିରିତିମାଲ ଓ ସରଧା ଆଦି ଗ୍ରାମରେ ପହଞ୍ଚତ୍ ପ୍ରଚାରକରି ଭୋଟରଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିଥିଲେ। ସେ କହିଥିଲେ, ୨୦୧୪ରେ ଅଞ୍ଚଳବାସୀ ତାଙ୍କୁ ବିପୁଳ ଭୋଟ୍‌ ଦେଇ ବିଧାନସଭାକୁ ପଠାଇଥିଲେ। ସେ ବିଧାୟିକା ଭାବେ ୫ବର୍ଷ ଧରି ଅଞ୍ଚଳର ବହୁ ଉନ୍ନୟନମୂଳକ କାମ କରିଛନ୍ତି। ଆଉ ବହୁ ଉନ୍ନୟନମୂଳକ କାମ ବାକି ରହିଯାଇଛି, ସେସବୁକୁ ପୂରଣ କରିବା ପାଇଁ ଏଥର ତାଙ୍କୁ ବିପୁଳ ପରିମାଣରେ ଭୋଟ୍‌ଦେଇ ଜୟଯୁକ୍ତ କରିବା ଲାଗି ସେ ଭୋଟରଙ୍କ ନିକଟରେ ନିବେଦନ କରିଥିଲେ। ଏହି ପ୍ରଚାରରେ ବରଗଡ଼ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡଙ୍ଗୀ, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ଜିଲା ସାଧାରଣ ସମ୍ପାଦକ ଚକାନନ୍ଦ ସା, ପଞ୍ଚଗାଁ ମଣ୍ଡଳ ସଭାପତି କୁନ୍ଦନ ସିଂହଦେଓ, ଡା.ଗିରିଶ ରାଉତ, ଜନାର୍ଦ୍ଦନ ପଣ୍ଡା, ନିମାଇଁ ସା,ସଞ୍ଚୁଲତା ସେଠ୍‌, ସୁକୁମାର ପୁରୋହିତ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ।
ପ୍ରକାଶ ଯେ, କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ପ୍ରଥମେ ଗତ ଗୁରୁବାର ଗଣ୍ଡଘୋରାସ୍ଥିତ ମା’ ମୂଳଗୁଡି ମନ୍ଦିରରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ରବିବାର ବ୍ରଜରାଜନଗର ମା’ ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି।