ଭୋଟ ଦେଲେ ଭାଜପା ପ୍ରାର୍ଥିନୀ

ଝାରସୁଗୁଡ଼ା ଅଫିସ,୩୧ା୫: ବ୍ରଜରାଜନଗର ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଭାଜପା ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ବ୍ରଜରାଜନଗର ଓପିଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ବୁଥ୍‌ ନମ୍ବର ୨୦୯ରେ ପହଞ୍ଚି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ବ୍ରଜରାଜନଗର ନିର୍ବାଚନମଣ୍ଡଳିର ସମସ୍ତ ଜନସାଧାରଣଙ୍କୁ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସେ ନିବେଦନ କରିିଛନ୍ତି।

ଭୋଟ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏନେଇ ଭୋଟର ବୁଥରେ ପହଞ୍ଚି ନିଜ ମତ ସାବ୍ୟସ୍ତ କରୁଛନ୍ତି। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨,୧୪, ୮୭୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସମୁଦାୟ ୨୭୯ ବୁଥ୍‌ରେ ମତଦାନ ହେଉଛି।

Share