କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀ ସଂରକ୍ଷିତ ଆସନ ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ଫକୀର ମୋହନ ନାଏକ ପ୍ରାର୍ଥୀ ଗୁରୁବାର ପ୍ରାର୍ଥତ୍ପ୍ରତ୍ର ଦାଖଲ କରିଛନ୍ତି।
ବିଧାୟକ ପ୍ରାର୍ଥୀ ଫକୀର ନିଜ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ଅପରାହ୍ନରେ କେନ୍ଦୁଝର ଅତିରିକ୍ତ ଉପ ଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତେଲକୋଇ ବିଧାନସଭା ଭାଜପା ସଂଯୋଜକ ଉଦୟ କୁମାର ସାହୁ, ଭାଜପା ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ହରିହର ମହାନ୍ତ, ତେଲକୋଇ ନିର୍ବାଚନଣ୍ଡଳୀ ଭାଜପା ପ୍ରଭାରୀ ରାଜେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ତାଙ୍କର ପ୍ରମୁଖ ମୁଦ୍ଧା ରହିବା ସହିତ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ତେଲକୋଇ ବାସୀଙ୍କ ପାଇଁ ପହଞ୍ଚାଇବାକୁ ଉଦ୍ୟମ କରିବେ ବୋଲି ଫକୀର ପ୍ରକାଶ କରିଛନ୍ତି।