Advertisement

‘ଭାଜପା ପ୍ରାର୍ଥୀ ନିର୍ବାଚନରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି’

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ କରାଯାଇଛି। ଏନେଇ ବିଜେଡି ପ୍ରତିନିଧି ଦଳ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି। ବିଜେଡିର ଅଭିଯୋଗ ଅନୁଯାୟୀ, ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ନିର୍ବାଚନ ପ୍ରଚାରରେ ଛୋଟ ପିଲାମାନଙ୍କୁ ବ୍ୟବହାର କରୁଛନ୍ତି। ରାଜନୈତିକ କାର୍ଯ୍ୟରେ ପିଲାଙ୍କୁ ବ୍ୟବହାର କରିବା ବେଆଇନ। ସେ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଜଗନ୍ନାଥଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share