ଓଡ଼ିଶାରେ ଭାଜପା ସରକାର ଗଠନ କରିପାରିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ଅନିଲ ଦାସ)-ଓଡ଼ିଶାରେ ଭାଜପା ସରକାର ଗଠନ କରିପାରିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଭାଜପା କର୍ନାଟକ, ତେଲଙ୍ଗାନା ଓ ହିମାଚଳ ପ୍ରଦେଶରେ ସରକାର ଗଠନ କରିବ ବୋଲି ଦାବି କରିଥିଲା । କିନ୍ତୁ ଏହି ୩ ରାଜ୍ୟରେ ଭାଜପା ଫେଲ୍‌ ମାରିଥିଲା । ଓଡ଼ିଶାରେ ମଧ୍ୟ ଭାଜପା ଫେଲ୍‌ ମାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାଜପାର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସି ଅଶାଳୀନ ଭାଷା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ସେମାନେ ଓଡ଼ିଶା ଅତିଥି ଭଳି ଆସି ମିଛ ଅଭିଯୋଗ ମଧ୍ୟ କରୁଛନ୍ତି । ଏଥିରୁ ଭାଜପାର କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କ୍ଷାନ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମିଛ ଅଭିଯୋଗ ଓ ଅଶାଳୀନ ଭାଷା ବ୍ୟବହାରକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।

Share