Categories: ଜାତୀୟ

ଆଜି ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ୫ ରାଜ୍ୟର ବିଧାନସଭା ନିର୍ବାଚନ ରଣନୀତି ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୮: ବୁଧବାର ଦଳର ମୁଖ୍ୟାଳୟରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଭାଜପାଧ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ସାମିଲ ହେବେ। ବୈଠକରେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ରଣନୀତି ଉପରେ ଆଲୋଚନା କରାଯିବ।

ଭାଜପା ସୂତ୍ର ଅନୁଯାୟୀ, ଯେଉଁ ଆସନରେ ଭାଜପା ଦୁର୍ବଳ, ସେହି ଆସନକୁ ନେଇ ବୈଠକରେ ଆଲୋଚନା ହେବ। ସୂତ୍ରରୁ ପ୍ରକାଶ ଯେ ଏହି ଆସନଗୁଡିକ ପାଇଁ ପ୍ରାର୍ଥୀଙ୍କୁ ଭଲ ଭାବରେ ଚିହ୍ନଟ କରିବା ପାଇଁ ଯୋଜନା ହେଉଛି ଯାହା ଦ୍ୱାରା ସେମାନେ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ।

Share