Categories: ଜାତୀୟ

ନଡ୍ଡାଙ୍କ କୋର କମିଟିରେ ଏଣ୍ଟ୍ରି କଲେ ଆଣ୍ଟୋନିଙ୍କ ପୁଅ, ଦୁଇ ମୁସଲମାନ ଚେହେରା ବି ସାମିଲ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ନୂଆ ଦଳ ଘୋଷଣା କରି ଲୋକ ସଭା ନିର୍ବାଚନ ପାଇଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ୩୮ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକାରେ ନୂଆ ଏବଂ ପୁରୁଣା ଚେହେରା ମଧ୍ୟରେ ସମନ୍ବୟ ରକ୍ଷା କରାଯାଇଛ। ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନିଙ୍କୁ ନଡ୍ଡାଙ୍କ ମୂଳ ଦଳରେ ସ୍ଥାନ ଦିଆଯାଇଛି। ଏହା ସହିତ, ତାଲିକାରେ ଅନେକ ଆଶ୍ଚର୍ଯ୍ୟଜନକ ନାମ ମଧ୍ୟ ଅଛି।
ଅନିଲ ଆଣ୍ଟୋନି ଚଳିତ ବର୍ଷ ଏପ୍ରିଲ ଆରମ୍ଭରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ଉଠିଥିବା ବିବାଦକୁ ନେଇ ଅନିଲ ଆଣ୍ଟୋନି କଂଗ୍ରେସ ଦଳଠାରୁ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲେ, ପରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପ୍ରସଙ୍ଗରେ ଅନିଲ ଆଣ୍ଟୋନି କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ଦୁଇଟି ମୁସଲମାନ ଚେହେରା ଦିଆଯାଇଛି। ଉତ୍ତରପ୍ରଦେଶର ସଂଖ୍ୟାଲଘୁ ମୁଖ ତାରିକ ମାନସ ଏବଂ କେରଳର ଅବଦୁଲ୍ଲା କୁଟିଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଛି।

Share