Categories: ଜାତୀୟ

ଏଏପିକୁ ଚ୍ୟାଲେଞ୍ଜ୍‌ ଦେଲା ଭାଜପା

ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଏକ୍ସାଇଜ ନୀତି ପ୍ରସଙ୍ଗରେ ରବିବାର ଭାଜପା ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆମ୍‌ ଆଦ୍‌ମୀ ପାର୍ଟି ଉପରେ ଆକ୍ରମଣ କରିଛି। ଲାଏ ଡିଟେକ୍ଟର ଟେଷ୍ଟ କରି ନିଜର ସତ୍ୟତା ପ୍ରମାଣ କରିବାକୁ ଏଏପିକୁ ଭାଜପା ଚ୍ୟାଲେଞ୍ଜ୍‌ ଦେଇଛି।
ଭାଜପା ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି, କେଜ୍‌ରିୱାଲ ଲାଏ ଡିଟେକ୍ଟର ଟେଷ୍ଟ ମାଧ୍ୟମରେ ନିଜର ସତ୍ୟତା ପ୍ରମାଣ କରିପାରିବେ କିନ୍ତୁ ସେ ତାହା କରିବେ ନାହିଁ। କେଜ୍‌ରିୱାଲ ତାଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ କୈଳାଶ ଗେହଲୋଟଙ୍କ ସହ ଲାଇଭ ଟେଲିକଷ୍ଟରେ ଲାଏ ଡିଟେକ୍ଟର ଟେଷ୍ଟ କରିବା ଏବଂ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଦାବିକୁ ଭୁଲ ପ୍ରମାଣ କରିବା ପାଇଁ ଏହା ଏକ ଭଲ ସୁଯୋଗ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ଜେଲରେ ଥିବା ଠାକୁର ସୁକେଶ ଚନ୍ଦ୍ରଶେଖର ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସକ୍ସେନାଙ୍କୁ ଅନେକ ଚିଠି ଲେଖି ଏଏପି ନେତାଙ୍କ ନାଁରେ ଅନେକ ଠକେଇ କରିଥିବା ଅଭିଯୋଗ କରିଛନ୍ତି।

Share