Categories: ଜାତୀୟ

ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ୟାକ୍‌ଗ୍ରାଉଣ୍ଡ ପରିବର୍ତ୍ତନ କଲା ଭାଜପା: ରାମ ମନ୍ଦିର ପ୍ରତିଷ୍ଠା ତାରିଖ ସହ ଆସିଲା ନୂତନ ଫଟୋ

ନୂଆଦିଲ୍ଲୀ,୨୩।୧୧: ଭାଜପା ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାକ୍‌ଗ୍ରାଉଣ୍ଡ ପରିବର୍ତ୍ତନ କରିଛି। ପାର୍ଟି ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଫଟୋକୁ ଏହାର ନୂତନ ବ୍ୟାକ୍‌ଗ୍ରାଉଣ୍ଡ ପୋଷ୍ଟର ଭାବରେ ପ୍ରସ୍ତୁତ କରିଛି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ତାରିଖ ୨୨ ଜାନୁଆରୀ ୨୦୨୪ ଏହି ପୋଷ୍ଟରରେ ରହିଛି।
ଏହି ନୂତନ ବ୍ୟାକ୍‌ଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଏକ ଫଟୋ ସହ ଜୟ ଶ୍ରୀରାମ ଲେଖାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ହାତ ଯୋଡିଥିବାର ଦେଖାଯାଉଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ମଧ୍ୟ ଏହି ପୋଷ୍ଟରରେ ନଜର ଆସିଛନ୍ତି।
ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୨, ୨୦୨୪ରେ ଶ୍ରୀ ରାମ ଲଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା କରିବେ। ଏହି ଅବସରରେ ଦେଶର ୪,୦୦୦ ସାଧୁ ତଥା ମହାତ୍ମା ଏବଂ ସମାଜର ୨୫୦୦ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ସଂଗ ମୁଖ୍ୟ ମୋହନ ଭାଗବତ ମଧ୍ୟ ଅଂଶଗ୍ରହଣ କରିବେ।

Share