ଭୁବନେଶ୍ୱର,୫।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ନେଇ ତଦନ୍ତ ଚାଲିଛି। ତାଙ୍କ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା ୩ଜଣ ସିନିୟର ଏଯାଏଁ ଚିହ୍ନଟ ହୋଇ ନାହାନ୍ତି। ପୋଲିସ ୧୦୦ଜଣଙ୍କ ବୟାନ ରେକର୍ଡ କରିଥିବା ଭୁବନେଶ୍ୱର ଡିସିପ କହିଛନ୍ତି ।
ସେ ଆହୁରିମଧ୍ୟ କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ ତନାଘନା କରୁଛି । ଏପିରିକି ରୁଚିକାଙ୍କ ଗାଁକୁ ଯାଇ ପୋଲିସ ତଦନ୍ତ କରିଛି।