ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: କାହିଁକି ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା କରୁଛି। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ଏ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। କାରୁବାକି ହଷ୍ଟେଲ ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। ପୋଲିସ ହଷ୍ଟେଲ ରେଜିଷ୍ଟର୍‌ ଚେକ୍‌ କରିଛି । ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ତେବେ ମୃତ୍ୟୁ ପୂର୍ବରୁ ରୁଚିକାଙ୍କ ସୁଇସାଇଡ ନୋଟ ସାମ୍ନାକୁ ଆସିଛି। ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ ବୋଲି ରୁଚିକା ଚିଠିରେ ଲେଖିଥିଲେ। ହଷ୍ଟେଲ ଛାଡ଼ି ଚାଲିଯାଇଥିବା ୬ ଜଣ ଛାତ୍ରୀଙ୍କ ମଧ୍ୟରେ ଏହି ୩ ଜଣ ଛାତ୍ରୀ ଅଛନ୍ତି କି ? ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Share