Categories: ଜାତୀୟ

ରାହୁଲଙ୍କୁ ‘ଦେବଦାସ’ ସହ ତୁଳନା କଲା ଭାଜପା

ନୂଆଦିଲ୍ଲୀ,୨୩।୬: ବିହାରରେ ବିରୋଧି ଦଳର ଏକତା ବୈଠକକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଲଗାତାର ପୋଷ୍ଟର ମାଧ୍ୟମରେ ବିରୋଧୀ ନେତାଙ୍କୁ ଟାର୍ଗେଟ କରି ଚାଲିଛି। ଏବେ ଭାଜପା ରାହୁଲ ଗାନ୍ଧୀଙ୍କ ତୁଳନା ‘ଦେବଦାସ’ ସହ କରିଛି।

ସୂଚନାଯୋଗ୍ୟ, ବିରୋଧି ଦଳର ବୈଠକ ପୂର୍ବରୁ ଭାଜପା କାର୍ଯ୍ୟାଳୟ ବାହାରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଲଗାଯାଇଥିଲା। ଯେଉଁଥିରେ ଭାଜପା ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁଳନା ଫିଲ୍ମ ସହ କରି ରାହୁଲଙ୍କୁ ରିୟଲ ଲାଇଫ ଦେବଦାସ ବୋଲି କହିଛି।
ଭାଜପାର ପୋଷ୍ଟରରେ ଫିଲ୍ମ ‘ଦେବଦାସ’ର ଫେମଶ ଡାଏଲଗକୁ କପି କରାଯାଇଛି। ପୋଷ୍ଟରରେ ଲେଖାଯାଇଛି, ମମତା ଦିଦି ନେ କହା ବଙ୍ଗାଲ ଛୋଡ ଦୋ, କେଜରିଓ୍ବାଲ ନେ କହା ଦିଲ୍ଲୀ ଔର ପଞ୍ଜାବ ଛୋଡ ଦୋ, ଲାଲୁ-ନୀତୀଶ ନେ କହା ବିହାର ଛୋଡ ଦୋ, ଅଖିଳେଶ ନେ କହା ଉତ୍ତର ପ୍ରଦେଶ ଛୋଡ ଦୋ…ଷ୍ଟାଲିନ ନେ କହା ତାମିଲନାଡୁ ଛୋଡ ଦୋ…। ଏବେ ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ସମସ୍ତେ ମିଳିମିଶି କହିବେ ରାହୁଲ ରାଜନୀତି ଛୋଡ ଦୋ।

Share