Categories: ଜାତୀୟ

ଇନ୍ଦୋରରେ ଭାଜପା-କଂଗ୍ରେସ କୋଳାକୋଳି, ସୋସିଆଲ ମିଡିଆରେ ଭାଇରାଲ…

ଇନ୍ଦୋର,୯।୧୦ : ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ରାଜନୀତିର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଯାହା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଛି। ବାସ୍ତବରେ, କଂଗ୍ରେସ ଏବଂ ଭାଜପାର ଦୁଇ ବଡ ନେତା ରାଜନୀତି ଭିନ୍ନ ଭିନ୍ନ ଚିନ୍ତାଧାରା ଛାଡି ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ବିଧାୟକ ସଞ୍ଜୟ ଶୁକ୍ଲା ଏବଂ ଭାଜପାର ଜାତୀୟ ମହା ସଚିବ ତଥା ବିଧାନସଭା ପ୍ରାର୍ଥୀ କୈଲାସ ବିଜୟଭର୍ଗୀୟ ଉଭୟ ଏଭଳି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୈଳାସ ବିଜୟଭର୍ଗୀୟ ଘୋଷିତ ପ୍ରାର୍ଥୀ, କିନ୍ତୁ ସଞ୍ଜୟ ଶୁକ୍ଲାଙ୍କ ପ୍ରାର୍ଥୀତ୍ୱ ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। ସଞ୍ଜୟ ଶୁକ୍ଲା ତାଙ୍କ ବିବୃତ୍ତିରେ ଅନେକ ଥର କହିଛନ୍ତି ବିଜୟଭର୍ଗୀୟ ତାଙ୍କ ପିତାଙ୍କ ପରି ଏବଂ ସେ ତାଙ୍କ ପୁଅଙ୍କ ପରି। ସେ ବିଜୟଭର୍ଗୀୟର ପାଦ ଛୁଇଁ ପ୍ରମାଣ କରିଛନ୍ତି। ବିଜୟଭର୍ଗୀୟ ଏବଂ ସଞ୍ଜୟ ଶୁକ୍ଲାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏକ ସଭାରେ ବସି ନଇଁପଡି ସଞ୍ଜୟ ତାଙ୍କ ପାଦକୁ ସ୍ପର୍ଶ କରିଥିଲେ। ଏହା ପରେ ବିଜୟଭର୍ଗୀୟ ତାଙ୍କ ପିଠିକୁ ଥାପୁଡାଇଆଶୀର୍ବାଦ କରି ଆଲିଙ୍ଗନ କରିଥିଲେ। ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିବା ବିଜୟଭର୍ଗୀୟ ଏବଂ ସଞ୍ଜୟ ରାଜନୀତିର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି।

Share