ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ଦେଖାଯାଇଛି। ବୁଧବାର ଭାଜପା-କଂଗ୍ରେସ ଏଏପିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବି କରିଛନ୍ତି। ଏନେଇ ଜାତୀୟ ରାଜଧାନୀ ସମେତ ଆଇଟିଓ ଛକ ଆଦି ୧୦ ସହରରେ ଭାଜପା-କଂଗ୍ରେସ ପକ୍ଷରୁ ବିକ୍ଷୋପ ପଦର୍ଶନ କରାଯାଇଛି।
ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ମଦ ନୀତି ମାମଲାକୁ ନେଇ ରବିବାର ସିସୋଡିଆଙ୍କ ଗିରଫ କରାଯାଇଥିଲା। ପୂର୍ବରୁ ଦୁର୍ନୀତି ଅଭିଯୋଗରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ। ଏହି ଦୁଇ ମନ୍ତ୍ରୀ ୧୮ଟି ବିଭାଗର ଦାୟିତ୍ୱରେ ଥିଲେ। ତେବେ ଗିରଫ ନେତାମାନେ କାହିଁକି ଦିଲ୍ଲୀ ସରକାରରେ ଅଛନ୍ତି ବୋଲି ଭାଜପା ପ୍ରଶ୍ନ କରିବା ପରେ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି।