ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ: ରାହୁଲଙ୍କ ପୋଷ୍ଟରକୁ ଗୋବର ଫିଙ୍ଗିବା ପରେ ଟେକାପଥର ମାଡ଼

ଭୁବନେଶ୍ୱର,୨।୭: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ଭାଜପା ଏବଂ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ରାହୁଲଙ୍କ ପୋଷ୍ଟରକୁ ଗୋବର ଫିଙ୍ଗାକୁ ଛାତ୍ର କଂଗ୍ରେସ ବିରୋଧ କରିଥିଲା। ପରେ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଟେକାପଥରମାଡ଼ ନାରାବାଜି ଦେଖିବାକୁ ମିଳିଛି।

ପ୍ରକାଶ ଯେ, ସୋମବାର ଲୋକ ସଭାରେ ରାହୁଲ ହିନ୍ଦୁଧର୍ମ ଭୟ, ଘୃଣା, ମିଥ୍ୟା ପ୍ରଚାର କରି ନ ଥାଏ ବୋଲି ଭାଜପାକୁ ଉପଲକ୍ଷ୍ୟ କରି କହିଥିଲେ। ଏପରିକି ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହିଂସା ଏବଂ ଘୃଣାଭାବ ପ୍ରଦର୍ଶନ କରିଚାଲିଥିବା ସେ କହିଥିଲେ। ଏହି ମନ୍ତବ୍ୟକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି।

Share