Categories: ଜାତୀୟ

ମୋଦିଙ୍କ ରଣନୀତିରେ ରାଜସ୍ଥାନ ନିର୍ବାଚନ ଲଢ଼ିବ ଭାଜପା

ଜୟପୁର,୨୧।୫: ଭାଜପା ପାଇଁ ମୋଦି ମ୍ୟାଜିକ୍‌ କାମ କରୁଥିବାରୁ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛି ଦଳ। ଶନିବାର ଦଳର ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ୱରେ ମୋଦିଙ୍କ ଭାବମୂର୍ତ୍ତିକୁ ନେଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଜୟପୁରରେ ଭାଜପା ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପୁନିଆଙ୍କ ଏହି ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭର୍ଚୁଆଲରେ ସାମିଲ ହୋଇଥିଲେ। ବର୍ତ୍ତମାନ ଭାଜପା କେନ୍ଦ୍ରୀୟ ନେତୃତ୍ୱରେ ରାଜସ୍ଥାନ ଉପରେ ଫୋକସ୍‌ କରିଛି। ଇତିମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୩ଥର ରାଜ୍ୟ ଗସ୍ତ କରିସାରିଛନ୍ତି।

Share