ଭୁବନେଶ୍ୱର,୬।୯(ବ୍ୟୁରୋ): ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଭାଜପାର କୋର କମିଟି ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ଭାଜପା ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଏମ୍ପି ସୁରେଶ ପୂଜରୀ ଉପସ୍ଥିତ ରହିଥିବା ସୂଚନା ମିଳିଛି। ତେବେ ବୈଠକ ପରେ ଏମ୍ପି, ବିଧାୟକ ଏବଂ ଜିଲା ସଭାପତିମାନଙ୍କୁ ନେଇ ଆଉ ଏକ ବୈଠକ ବସିବ।
ସୂଚନାଯୋଗ୍ୟ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଭାଜପା ପ୍ରଭାରୀ ସୁନୀଲ ବଂଶଲ। ସୋମବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଗସ୍ତ ସମୟରେ ବଂଶଲ ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରଥମ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।