ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା ପରେ ସେମାନେ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଛନ୍ତି। ଭାଜପାରେ ଆଶାୟୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ତାହା ଏବେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଉମେଶ ଚନ୍ଦ୍ର ଜେନା ଭାଜପାରେ ଯୋଗଦେବା ପରେ ସେ ଦଳୀୟ ପ୍ରାର୍ଥୀ ହେବା ଏକ ପ୍ରକାର ଚୂଡାନ୍ତ ହୋଇଥିବା ଚର୍ଚ୍ଚା ହେଉଥିଲା। ଜେନା ମଧ୍ୟ ଅନେକ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ସଂଗଠନକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ତେବେ ବରୀର ୪ ଥର ବିଧାୟକ ହୋଇଥିବା ଦେବାଶିଷ ନାୟକ ଭାଜପାରେ ଯୋଗଦେବା ପରେ ତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଦେବାଶିଷ ଭାଜପାରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କଡ଼ା ସମାଲୋଚନା କରୁଥିବା ଦେଖାଯାଇଥିଲା। ଉମେଶ କିମ୍ବା ଦେବାଶିଷଙ୍କୁ ଛାଡ଼ି ଦେଲେ ଟିକେଟ ଆଶାୟୀ ଦୌଡ଼ରେ ଯୁବନେତା କବୀର ଦାସ, ବିବେକାନନ୍ଦ ଜେନା ଓ ଆଶୁତୋଷ ପରିଡ଼ାଙ୍କ ନଁା ଯୋଡ଼ିହୋଇଥିଲା। କେବଳ ଏତିକି ନୁହେଁ, ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅରିନ୍ଦମ ଦାସଙ୍କୁ ମଧ୍ୟ ଦଳ ବରୀରେ ପ୍ରାର୍ଥୀ କରି ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବା ପାଇଁ ଚିନ୍ତା କରୁଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଥିଲେ। ହେଲେ ଭାଜପା ଅରିନ୍ଦମଙ୍କୁ ସାଲେପୁରରୁ ପ୍ରାର୍ଥୀ କରଛି। ତେବେ ଭାଜପାର ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରି ବହୁ କର୍ମୀ ବିଜେଡି ଓ କଂଗ୍ରେସରେ ଯୋଗଦେବାର ଦେଖିବାକୁ ମିଳୁଛି। ଶନିବାର ଭାଜପାର ୮ ଜଣିଆ ପ୍ରାର୍ଥୀ ତାଲିକାରେ ବରୀ ନ ଥିବାରୁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଦଳୀୟ କନ୍ଦଳ ନୁହେଁ, ପ୍ରାର୍ଥୀ ଘୋଷଣା ନ ହେବା ପଛରେ ଶାସକ ଦଳ ସହ ଭାଜପାର ଭିତିରି ବୁଝାମଣା ରହିଥିବା ଅନେକେ ସନ୍ଦେହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏସ୍‌ଆଇଙ୍କୁ ଉଠାଇନେଲା ଭିଜିଲାନ୍ସ

ଯାଜପୁର,୧।୨: ଯାଜପୁର ଜିଲା ସୁକିନ୍ଦା ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଅଭୟ ନାୟକଙ୍କୁ ଶନିବାର ଭିଜିଲାନ୍ସ ଉଠାଇନେଇଛି। ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଛେଳି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ପାଟଣାଗଡ଼,୧ା୨(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଛେଳି ଚୋରି ଅଭିଯୋଗରେ ଛତିଶଗଡ଼ ରାଜ୍ୟ ଭିଲାଇରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହୃତ...

ଘର ଭାଙ୍ଗିଲେ ହାତୀପଲ, ଉଜାଡ଼ିଲେ ଫସଲ

ଭୁବନ,୧ା୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳ ଅଧୀନର ବିସ୍ତୀର୍ଣ୍ଣ ସ୍ଥାନରେ ଶୁକ୍ରବାର ରାତିରେ ୧୧ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ବିଳମ୍ବିତ ରାତିରେ...

Budget 2025: ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୨: ଶନିବାର ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।...

ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲେ ଭାଜପା କର୍ମକର୍ତ୍ତା

କୋରାପୁଟ,୧ା୨(ଅମିତାଭ ବେହେରା): ସୋନିଆ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରପତି ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ତାହାର ପ୍ରତିବାଦ କରିବା ସହ କୋରାପୁଟ ଜିଲା ଭାଜପା ପକ୍ଷରୁ...

ଦୁଇ ବର୍ଷର ଝିଅଙ୍କ ଅସାଧାରଣ ପ୍ରତିଭା: ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ପାଟଣା,୧।୨(ବୀର କିଶୋର ଦାଶ): ବିଭିନ୍ନ ମନ୍ତ୍ର, ସାଧାରଣ ଜ୍ଞାନ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ପରିବାର ଲୋକଙ୍କ ନାମ ଭଳି ଅନେକ ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବେ...

ଘରୁ ମିଳିଲା ପୁଳାପୁଳା ନଗଦ ଟଙ୍କା: ଜେଲ୍‌ ଗଲେ ସରକାରୀ ବାବୁ

ବଣାଇଁ,୧।୨(ପ୍ରଦୀପ ତ୍ରିପାଠୀ)/: ଗିରଫ ବଣାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଜେଲ୍ ଯାଇଛନ୍ତି। ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ...

ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଭୋଗରାଇ,୧ା୨(ପ୍ରଦୀପ ଦାସ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri