ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ ପାଇଁ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ମହାସଚିବଙ୍କୁ ନେଇ ଏକ ବୈଠକ କରିଛନ୍ତି। ମୋଦି ୭୦ତମ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଏହି ବୈଠକରେ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଦିନ ଦେଶର ୭୦ଟି ଯାଗାରେ ବିଭିନ୍ନ ସ୍ଥାନରେ ମାସ୍କ ବିତରଣ, ଭୋଜନ ବିତରଣ, ରକ୍ତଦାନ ଶିବିର ଏବଂ ବିଭିନ୍ନ ବୈଠକ ଆୟୋଜନ ହେବ। ଏହି ସମୟରେ ସାମାଜିକ ଦୂରତା ଅବଲମ୍ବନକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏହାସହ ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମଧ୍ୟ ଏହି ନିୟମ କଡାକଡି ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।