ସିଏମ୍‌ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା

କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର କଟକ ମହାନଗର ନିଗମ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସିଏମ୍‌ସି ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ଭାଜପା ମେୟର ପ୍ରାର୍ଥୀ କରିଛି। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ପୂର୍ବରୁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଥିଲା । ପରେ ଶନିବାର ବିଜେଡି ପକ୍ଷରୁ ରାଜ୍ୟସଭା ସଦସ୍ୟ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମ ପାଇଁ ଭାଜପା କି କଂଗ୍ରେସ କୌଣସି ଦଳ ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Share