ଡିଜିପିଙ୍କୁ ଭେଟିଲା ଭାଜପା ପ୍ରତିନିଧି ମଣ୍ଡଳୀ

କଟକ ଅଫିସ,୩୦।୧୧: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ମୁକ୍ତ ତଥା ଅବାଧ ନିର୍ବାଚନ ନିମନ୍ତେ ବରଗଡ଼ ଏସ୍‌ପିଙ୍କ ନିଷ୍କ୍ରିୟତା ଯୋଗୁ ତାଙ୍କୁ ବଦଳି କରିବାକୁ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଡିଜିପିଙ୍କ ନିକଟରେ ଦାବି କରିଛନ୍ତି। କିଛିଦିନ ହେବ ପଦ୍ମପୁରରେ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇପଡ଼ିଛି। ଭାଜପା କର୍ମୀମାନେ ଶାସକ ଦଳର ମନ୍ତ୍ରୀ, ବିଧାୟକଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଫଳରେ ସେଠାରେ ଭାଜପା ସମର୍ଥକଙ୍କ ମନରେ ସର୍ବଦା ଭୟ ଲାଗି ରହିଛି। ପଦ୍ମପୁରରେ ଉପନିର୍ବାଚନ ପାଇଁ ହିଂସାକାଣ୍ଡ ଘଟିଛି। ପୋଲିସ ଏହାକୁ ରୋକିବା ପାଇଁ ନିଷ୍କ୍ରିୟ ହୋଇପଡିଛି। ଫଳରେ କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଏକ ନେତୃମଣ୍ଡଳୀ ଡିଜିପି ସୁନୀଲ ବଂଶଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

Share