ଭଦ୍ରକ ଅଫିସ,୩୧ା୧୦: ଧାମନଗରରେ ଆସନ୍ତା ନଭେମ୍ବର ୩ରେ ମୁକ୍ତ ଅବାଧ ଭୟମୁକ୍ତ ଉପନିର୍ବାଚନ ଓ ଶାସକ ଦଳର ଗୁଣ୍ଡାରାଜ ପ୍ରଶାସନିକ ପକ୍ଷପାତିତା ବିରୋଧରେ ସୋମବାର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଭାଜପା ସତ୍ୟାଗ୍ରହ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତା ମାନେ ସତ୍ୟାଗ୍ରହରେ ବସିଛନ୍ତି। ଏଥିରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭଦ୍ରକ ବିଧନସଭା ନେତା ଡା. ପ୍ରଦୀପ ମହାପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି।