ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କୌଣସି ଗୋଟିକରେ ବି ଭାଜପା ମହିଳାଙ୍କୁ ପ୍ରାର୍ଥୀ କରି ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଆସିକା ଲୋକ ସଭା କ୍ଷେତ୍ରରେ ଭାଜପା ଅନିତା ଶୁଭଦର୍ଶନୀଙ୍କୁ ପ୍ରାର୍ଥୀ କରିଛି। ଅନିତା ୨୦୧୯ ନିର୍ବାଚନରେ ମଧ୍ୟ ଆସିକା ଲୋକ ସଭା କ୍ଷେତ୍ରରୁ ଭାଜପା ଟିକେଟରେ ଲଢ଼ିଥିଲେ। ଗଞ୍ଜାମରେ ଦଳର ଦୁଇଟି ସାଙ୍ଗଠନିକ ଜିଲା ଅଛି। ଘୁମୁସର ସାଙ୍ଗଠନିକ ଜିଲାର ୭ଟି ଯାକ ସେଗମେଣ୍ଟରେ ଭାଜପା ପୁରୁଷଙ୍କୁ ପ୍ରାର୍ଥୀ କରିଛି। ସେହିପରି ଗଞ୍ଜାମ ସାଙ୍ଗଠନିକ ଜିଲାର ୫ଟି ଯାକ ବିଧାନସଭା କ୍ଷେତ୍ରରୁ ମହିଳା
ପ୍ରାର୍ଥୀ ନାହାନ୍ତି।

ଗଞ୍ଜାମ ସାଙ୍ଗଠନିକ ଜିଲାର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଭାଜପା କେ. ଅନୀଲ କୁମାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚିକିଟିରୁ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁରରୁ ବିଭୂତି ଭୂଷଣ ଜେନା ଓ ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ଦେଇଛି। ଅନ୍ୟପକ୍ଷରେ ଘୁମୁସର ସାଙ୍ଗଠନିକ ଜିଲାର ପୋଲସରା କ୍ଷେତ୍ରରୁ ଗୋକୁଳାନନ୍ଦ ମଲିକ, ଆସିକାରୁ ସରୋଜ ପାଢ଼ୀ, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗରରୁ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ାରୁ ନୀଳମଣି ବିଶୋୟୀ, ସାନଖେମୁଣ୍ଡିରୁ ଉତ୍ତମ ପାଣିଗ୍ରାହୀ ଓ ହିଞ୍ଜିଳିରୁ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଭଞ୍ଜନଗର ବିଧାନସଭା ଆସନ କନ୍ଧମାଳ ଲୋକ ସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ ଅଛି ଏବଂ ସେଠାରେ ମଧ୍ୟ ପ୍ରଦ୍ୟୁମ୍ନ ନାୟକ ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଜେଡି ସହ ମେଣ୍ଟ ଭାଙ୍ଗିବାରୁ ୨୦୦୯ରୁ ୨୦୧୯ ମଧ୍ୟରେ ହୋଇଥିବା ୩ ନିର୍ବାଚନରେ ଗଞ୍ଜାମ ଜିଲାରେ ଭାଜପା ଖାତା ଖୋଲି ପାରିନଥିଲା। ଚଳିତ ନିର୍ବାଚନରେ ଫଳାଫଳ କ’ଣ ହେବ ସେଥିପାଇଁ ସଚେତନ ମହଲରୁ ଅପେକ୍ଷା କରାଯାଇଛି। ତେବେ ୨୦୨୪ ନିର୍ବାଚନ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଏବେଠୁ ଜଳ ଜଳ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିପାକ୍ଷିକ ବୈଠକ: ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ

ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ...

ଟଳିନି ବିପଦ: ଗାଁରେ ପଶିଲା ବନ୍ୟାଜଳ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ) ବାତ୍ୟା ଦାନା ପରେ ବାଲେଶ୍ୱରରେ ଲାଗିରହିଛି ଲଗାଣ ବର୍ଷା l ଉପରମୁଣ୍ଡରୁ ପ୍ରବଳ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହୋଇ...

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri