ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି।
ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ହିଂମାଂଶୁ ଦଳରୁ ଟିକେଟ୍‌ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢ଼ୁଛନ୍ତି।

Share