
ରାଇକିଆ, ୪ା୪ (ପ୍ରଦୀପ ବେହେରା): ରାଇକିଆ ସ୍ବସ୍ତିକ କଲ୍ୟାଣ ମଣ୍ଡପଠାରେ ଭାଜପାର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ସଭାପତି ପଣ୍ଡିତ ବିଶି ମାଝିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଜିଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ, ପୂର୍ବତନ ଜିଲା ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେଇ, ପୂର୍ବତନ ବିଧାୟିକା ପ୍ରାର୍ଥୀ କଳ୍ପନା କହଁର, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଯୋଗଦେଇ ସାଂଗଠନିକସ୍ତରରେ ଦଳ କିପରି ମଜବୁତ୍ ହୋଇ କାମ କରିବ ଏବଂ ସଧାରଣ ଜନତାଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ତୃଣମୂଳସ୍ତରରେ ହେବ ଜନ କଲ୍ୟାଣକାରୀ ଯୋଜନାର ସଚେତନତା, ସଦସ୍ୟତା ଅଭିଯାନ, ମଣ୍ଡଳସ୍ତରୀୟ କମିଟି ଗଠନ, ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ଦଳୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ନିଜର ମତ ରଖିଥିଲେ। ଜିଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜିଲା ପରିଷଦ ସଭ୍ୟା ସଭ୍ୟ ସରପଞ୍ଚ, ସମିତି ସଭ୍ୟାସଭ୍ୟଙ୍କ ସହିତ ମଣ୍ଡଳ ସଭାପତି, ପୂର୍ବତନ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ଓ ଏମ୍ପି ପ୍ରତିନିଧି, ବିଧାୟକ ପ୍ରତିନିଧିଙ୍କ ସହିତ ସମସ୍ତ ମୋର୍ଚ୍ଚାର ସଭାପତି ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ରାଇକିଆ ବ୍ଲକ୍ ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ପାତ୍ରଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।