Categories: ଜାତୀୟ

କ୍ଷମତା ଲୋଭରେ ଭାଜପା ଯେକୌଣସି କାର୍ଯ୍ୟ କରିବାକୁ ପଛେଇବ ନାହିଁ: କଂଗ୍ରେସ…

ମୁମ୍ବାଇ,୨୦।୮ : ମହାରାଷ୍ଟ୍ରର କଂଗ୍ରେସ ନେତା ବିଜୟ ୱାଡେଟିୱାର ରବିବାର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜୟ କହିଛନ୍ତି କେନ୍ଦ୍ର ସରକାର କ୍ଷମତା ପାଇଁ ଯେ କୌଣସି ସ୍ତରକୁ ଯାଇପାରିବେ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଏହି ଆକ୍ରମଣରେ ଆମର ଅନେକ ସୈନିକ ପ୍ରାଣ ହରାଇଛନ୍ତି ଏବଂ ଆରଡିଏକ୍ସ କେଉଁଠୁ ଆସିଛି ସରକାର ଏପର୍ଯ୍ୟନ୍ତ ଜାଣିପାରୁ ନାହାଁନ୍ତି?

ଯେତେବେଳେ ବି ଶାସକ ସରକାର କ୍ଷମତା ହରାଉଛନ୍ତି ବୋଲି ଅନୁଭବ କରିଛନ୍ତି ସେମାନେ ଭିନ୍ନ ଭିନ୍ନ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି। ଯଦି ଭାଜପା ଅନୁଭବ କରିବ ସେମାନେ କ୍ଷମତାକୁ ଆସୁନାହାଁନ୍ତି, ତେବେ ସେମାନେ ରାମ ମନ୍ଦିରର ପୂଜା ବିଷୟରେ ଆଲୋଚନା କରିବେ ଏବଂ ଧାର୍ମିକ ବିବାଦ ସୃଷ୍ଟି କରିବେ।

ସେମାନେ ଗୋଟିଏ ଧର୍ମ ସହିତ ଅନ୍ୟ ଧର୍ମ ସହିତ ଲଢ଼ାଥବେ ଏବଂ ଏହି ପରିସ୍ଥିତିର ସୁଯୋଗ ନେଇ କ୍ଷମତାକୁ ଫେରିବାର ଉପାୟ ଖୋଜିବେ। ଶାସକ ଦଳର ଏଭଳି କାର୍ଯ୍ୟକୁ ଦେଶର ସାଧାରଣ ଲୋକେ ଜାଣି ସାରିଲେଣି। ଲୋକେ ଏହାର ଉଚିତ ଜବାବ ଦେବେ।

Share