Categories: ଜାତୀୟ

ଭାଜପା ପାଖରେ ନାହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିବା ସହ ଏଏପିକୁ ଦିଲ୍ଲୀ ପାଇଁ ବିପର୍ଯ୍ୟୟ ବୋଲି କହିଥିଲେ। ଏହାର କିଛି ସମୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ଭାଜପା ଉପରେ ଖୁବ୍‌ ବର୍ଷିଛନ୍ତି।
ସେ କହିଛନ୍ତି ଯେ ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ଚେହେରା ନାହିଁ। ଦିଲ୍ଲୀରେ ଆଇନ ଶୃଙ୍ଖଳା ଅତ୍ୟନ୍ତ ଖରାପ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦିଲ୍ଲୀ ବିଷୟରେ ଚିନ୍ତା କରିବାର ସମୟ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଏକ ରାଲି କରିଥିଲେ ଏବଂ ସେ କେବଳ ଦିଲ୍ଲୀର ଲୋକଙ୍କୁ ଏବଂ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଗାଳି ଦେଇଥିଲେ।
କେଜରିୱାଲ କହିଛନ୍ତି ଯେ ୨୦୧୫ରେ ଦିଲ୍ଲୀର ଲୋକମାନେ ଦୁଇଟି ସରକାର ଚୟନ କରିଛନ୍ତି। କେନ୍ଦ୍ରରେ ଭାଜପା ସରକାର ଏବଂ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର। ସେବେଠାରୁ ୧୦ ବର୍ଷ ବିତିଗଲାଣି। ସେବେଠାରୁ ଆମେ ବହୁତ କିଛି କରିଛୁ ଯାହା କହିବାକୁ ମୋତେ ଘଣ୍ଟା ଘଣ୍ଟା ଲାଗିବ । କିନ୍ତୁ କେନ୍ଦ୍ର ସରକାର ଗୋଟିଏ ବି କାର୍ଯ୍ୟ କରିନାହାଁନ୍ତି ଯାହା ପ୍ରଧାନମନ୍ତ୍ରୀ କହିପାରିବେ। ସେଥିପାଇଁ ମୁଁ ତାଙ୍କୁ କେବଳ ଗାଳି କରିଥିଲି। କାମ କରୁଥିବା ବ୍ୟକ୍ତି ଗାଳି କରନ୍ତି ନାହିଁ।

Share