Categories: ଜାତୀୟ

ହରଡଗଡ଼ାରେ ଭାଜପା, ଜେଡିୟୁ-ଟିଡିପି ହାତରେ ରହିପାରେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୬।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ ନେବାକୁ ଦାବି କରିଛନ୍ତି। କିନ୍ତୁ ଭାଜପା ଅତି ସହଜରେ ସେମାନଙ୍କ କଥାକୁ ଗ୍ରହଣ କରିବ ନାହିଁ ବୋଲି କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ଭାଜପା ପାଖରେ ପ୍ରତିରକ୍ଷା, ଅର୍ଥ, ଗୃହ ମନ୍ତ୍ରାଳୟ ଏବଂ ବୈଦେଶିକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିପାରେ। ସେହିପରି ଜେଡିୟୁ ହାତରେ ପଞ୍ଚାୟତିରାଜ, ରୁରାଲ ଡେଭଲପମେଣ୍ଟ ଭଳି ବିଭାଗ ଏବଂ ଟିଡିପି ପାଖରେ ବେସାମରିକ ବିମାନ ଚଳାଚଳ ବିଭାଗ, ପର୍ଯ୍ୟଟନ, ଦକ୍ଷତା ବିକାଶ, ବିଜ୍ଞାନ ଓ କାରିଗରୀ ବିଭାଗ ମିଳିବା ନେଇ ଚର୍ଚ୍ଚା ହେଉଛି।

ଭାଜପା ଏକାକୀ ୨୪୦ଟି ଲୋକସଭା ଆସନ ଜିତିଥିବା ବେଳେ ମ୍ୟାଜିକ୍‌ ନମ୍ବର ଠାରୁ ମାତ୍ର ୩୨ଟି ସିଟ ପଛରେ ରହିଛି। ତେଣୁ ମୋଦି ୩.୦ ସରକାର ଗଠନରେ ସହଯୋଗୀ ଦଳଗୁଡିକର ଗୁରୁତ୍ୱ ବଡିଯାଇଛି। ଟିଡିପି, ଶିବସେନା, ଜେଡିୟୁ ଓ ଲୋକ ଜନଶକ୍ତି ପାର୍ଟି(ରାମ ବିଲାସ) ମିଳିତ ଭାବେ ୪୦ଟି ଆସନ ରଖିଛନ୍ତି।

Share