ଭଦ୍ରକ-ପୁରୀ ମେମୋ ଘୋଷଣା ପାଇଁ କୃତଜ୍ଞତା ଜଣାଇଲା ଭାଜପା

ଭଦ୍ରକ ଅଫିସ,୨।୧: ଭଦ୍ରକରୁ ପୁରୀକୁ ମେମୋ ଟ୍ରେନ୍‌ ଚଳାଚଳ ନେଇ ଗତ ୩୦ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିବାରୁ ଜିଲା ଭାଜପା ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ବୈଠକ ମାଧ୍ୟମରେ ରେଳମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ
କୃତଜ୍ଞତା ଜ୍ଞାପନ କରାଯାଇଛି। ଭାଜପା ଜିଲା ସଭାପତି ହେମନ୍ତ ପାଢ଼ୀଙ୍କ ପୌରୋହିତ୍ୟରେ ଜିଲା କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଅଭିମନ୍ୟୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସଂସଦୀୟ କ୍ଷେତ୍ର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ଜିଲା ସହପ୍ରଭାରୀ ସିପ୍ରା ବାଜପେୟୀ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ଡା. ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ ପ୍ରମୁଖ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

Share