Categories: ଜାତୀୟ

ହଂସଖାଲିରେ ଭାଜପାର ପ୍ରତିନିଧି ଦଳ

କୋଲକାତା,୧୫।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲି ନାବାଳିକା ଗଣବଳାତ୍କାର ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ତଦନ୍ତ ଆରମ୍ଭ କରିଛି। ହେଲେ ଭାଜପାର ଏକ ୫ ଜଣିଆ ପ୍ରତିନିଧି ଦଳ ହଂସଖାଲିରେ ଶୁକ୍ରବାର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

କିମିଟିରେ ଭାଜପା ଉପାଧ୍ୟକ୍ଷ ତଥା ଏମ୍‌ପି ରେଖା ବର୍ମା, ଉତ୍ତରପ୍ରଦେଶର ମନ୍ତ୍ରୀ ବେବି ରାନୀ ମୌର୍ଯ୍ୟ, ତାମିଲନାଡୁର ବିଧାୟକ ତଥା ମହିଳା ମୋର୍ଚ୍ଚା ମୁଖ୍ୟ ଭାନାଥୀ ଶ୍ରୀନିବାସନ, କୁଶବୁ ସୁନ୍ଦର ଏବଂ ପଶ୍ଚିମବଙ୍ଗର ବିଧାୟିକା ଶ୍ରୀରୁପା ଚୌଧୁରୀ ପ୍ରମୁଖ ରହିଛନ୍ତି। ଅନ୍ୟପକ୍ଷେ ୫ ଜଣିଆ କମିଟି ମୃତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ଘଟଣା ସଂକ୍ରାନ୍ତରେ ପଚାରି ବୁଝିଥିବା ଜଣାପଡିଛି। ଘଟଣାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ପକ୍ଷରୁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଏକ ଜନ୍ମଦିନ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ନବମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Share