Categories: ଜାତୀୟ

ଡରୁଛି ଭାଜପା!

ଲକ୍ଷ୍ନୌ,୨୮ ।୧: ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ବେଳକୁ ବେଳ ରାଜନୀତି ମଇଦାନରେ ସରଗରମ ଦେଖିବାକୁ ମିଳୁଛି । ଏବେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସକ ଦଳ ବି କେତୋଟି ଆସନରେ ନିଜର ବିଜୟକୁ ନେଇ ଶଙ୍କାରେ ପଡିଯାଇଛି ।
ସାଧାରଣତନ୍ତ୍ର ଦିବସରେ ଉତ୍ତର ପ୍ରଦେଶର ଜାଟ ସମ୍ପ୍ରଦାୟର ଲୋକଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହା ବୈଠକ କରିବା ପରେ ଚର୍ଚ୍ଚା ଯୋର ଧରିଛି । ସବୁଠାରୁ ବେଶି ଚର୍ଚ୍ଚାରେ ରହିଛି ରାଷ୍ଟ୍ରୀୟ ଲୋକ ଦଳ ସହ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ । ଏହି ମେଣ୍ଟ ଏବେ ଭାଜପାକୁ ଡରାଉଛି ବୋଲି କୁହାଯାଉଛି । ଭାଜପା ସ୍ୱୀକାର କରୁଛି କି ନିର୍ବାଚନ ପୂର୍ବରୁ ଚୌଧୁରି ଅଜିତ ସିଂଙ୍କ ମୃତ୍ୟୁ ପରେ ଜାଟ ସମ୍ପ୍ରଦାୟରେ ରାଷ୍ଟ୍ରୀୟ ଲୋକ ଦଳ ଓ ଏହାର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ପକ୍ଷରେ ସହାନୁଭୁତି ରହିଛି । ଏପଟେ ରାଷ୍ଟ୍ରୀୟ ଲୋକ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛି । ଏବେ ଏହାକୁ ନେଇ ଭାଜପା ଡରୁଛି କି ରାଷ୍ଟ୍ରୀୟ ଲୋକ ଦଳର ସହାନୁଭୁତିର ଲାଭ ସମାଜବାଦୀ ପାର୍ଟିକୁ ମିଳି ନ ଯାଉ । ଭାଜପା ଚାହୁଁଛି ଏଠାରେ ଜାଟ ସମ୍ପ୍ରଦାୟର ସହାନୁଭୁତି ରାଷ୍ଟ୍ରୀୟ ଲୋକ ଦଳ ପର୍ଯ୍ୟନ୍ତ ସିମିତ ଥାଉ । ପଶ୍ଚିମ ଉତ୍ତର ପ୍ରଦେଶରେ ଜାଟ ଓ ମୁସଲିମ ସମ୍ପ୍ରଦାୟର ୪୪ ପ୍ରତିଶତ ମତଦାତା ରହିଛନ୍ତି । ଯଦି ଏହି ଦୁଇ ସମ୍ପ୍ରଦାୟର ଭୋଟ ରାଷ୍ଟ୍ରୀୟ ଲୋକ ଦଳ ଓ ସମାଜବାଦୀ ପାର୍ଟିକୁ ମିଳିଗଲା ତେବେ ଏହା ଭାଜପାର ଅଡୁଆକୁ ବଢାଇ ଦେବ ବୋଲି କୁହାଯାଉଛି ।

Share