ନୂଆଦିଲ୍ଲୀ,୧୩ା୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୭୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି। ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ।
ଏହି ୧୭୨ ଆସନ ମଧ୍ୟରୁ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଫେବୃୟାରୀ ୧୦ରେ ଭୋଟଗ୍ରହଣ କରାଯିବ। ସେହିପରି ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଓ ଭାଜପା ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂଙ୍କୁ ମଧ୍ୟ ନିର୍ବାଚନ ଲଢ଼େଇବାକୁ ଦଳ ଚାହୁଁଛି। ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍ଶୀଘ୍ର ଜାରି ହୋଇପାରେ ବୋଲି ଦଳ ସୂତ୍ରରୁ ଜଣାପଡ଼ିଛି।