Categories: ଜାତୀୟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଅଗ୍ନିପରୀକ୍ଷା

ପୁଣେ,୧୧।୭: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଶାସକ ଦଳ ଭାଜପା ପାଇଁ କୌଣସି ଅଗ୍ନିପରୀକ୍ଷାଠାରୁ କମ ନୁହେଁ। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ଭାଜପା ନିଜର ଶକ୍ତି ବଜାୟ ରଖିବାକୁ ଚାହୁଁଛି। ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ୧୧ଟି ଆସନ ପାଇଁ ୧୨ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ମହାରାଷ୍ଟ୍ର ବିଧାନସଭାରେ ଭାଜପାର ୧୦୩ ଜଣ ବିଧାୟକ ଅଛନ୍ତି। ଏନସିପି (ଅଜିତ ପାୱାର) ରେ ୪୦ ଜଣ ବିଧାୟକ ଅଛନ୍ତି। ଶିବସେନା (ଏକନାଥ ଶିନ୍ଦେ)ଙ୍କ ୩୮ ଜଣ ବିଧାୟକ ଅଛନ୍ତି। ଏଥିସହିତ ୧୦ରୁ ଅଧିକ ବିଧାୟକଙ୍କ ମହାୟୁତି ଅର୍ଥାତ୍‌ ଶିବସେନା, ଏନସିପି ଏବଂ ଭାଜପାର ସମର୍ଥନ ରହିଛି।
ମହାୟୁତି ପାଇଁ ୧୧ଟି ସିଟ ମଧ୍ୟରୁ ୧୦ଟି ଜିତିବା ସହଜ, କିନ୍ତୁ ଯଦି କ୍ରସ ଭୋଟିଂ ହୁଏ ତେବେ ତିନିଜଣ ଏମବିଏ ପ୍ରାର୍ଥୀ ଜିତିପାରିବେ। ଏମ୍‌ଭିଏର ଶକ୍ତି ବିଷୟରେ କହିବାକୁ ଗଲେ, ଶରଦ ପାୱାରଙ୍କର ୧୨ଜଣ ବିଧାୟକ ଅଛନ୍ତି। ଉଦ୍ଧବ ଠାକରେଙ୍କର ୧୬ଜଣ ବିଧାୟକ ଏବଂ କଂଗ୍ରେସରେ ୩୮ ଜଣ ବିଧାୟକ ଅଛନ୍ତି।

Share