Categories: ଜାତୀୟ

ରାଜ୍ୟ ସଭାରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୧୦୦ ଛୁଇଁଲା

ନୂଆଦିଲ୍ଲୀ,୧।୪: ଆସାମ, ତ୍ରିପୁରା ଏବଂ ନାଗାଲାଣ୍ଡରେ ଗୁରୁବାର ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଭାଜପା ଗୋଟିଏ ଲେଖାଏ ଆସନ ଜିତିଛି। ଏହା ଫଳରେ ରାଜ୍ୟ ସଭାରେ ପ୍ରଥମ ଥର ପାଇଁ ଭାଜପା ସଦସ୍ୟଙ୍କ ସଂଖ୍ୟା ୧୦୦ ଛୁଇଁଛି। ୧୯୯୦ରେ ଉଚ୍ଚ ସଦନରେ କଂଗ୍ରେସର ୧୦୮ ସଦସ୍ୟ ଥିଲେ। ଏହା ପରେ କୌଣସି ଦଳ ଉଚ୍ଚ ସଦନରେ ୧୦୦ ଅତିକ୍ରମ କରିବାରେ ଏହା ପ୍ରଥମ।

୨୪୫ ଆସନ ବିଶିଷ୍ଟ ରାଜ୍ୟ ସଭାରେ ଭାଜପା ସଦସ୍ୟ ସଂଖ୍ୟା ୯୭ ରହିଥିଲା। ୬ ରାଜ୍ୟର ୧୩ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାଜପା ପଞ୍ଜାବରୁ ଏକମାତ୍ର ଆସନ ହରାଇଥିବାବେଳେ ଉପରୋକ୍ତ ୩ ରାଜ୍ୟରୁ ୩ଟି ଆସନ ଜିତିଛି। ସେହିପରି ହିମାଚଳପ୍ରଦେଶରେ ମଧ୍ୟ ଭାଜପା ଗୋଟିଏ ଆସନରେ ବିଜୟୀ ହୋଇଛି।

Share