ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୬ରେ ଭାଜପା ୪୩ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ଧୂମଧାମରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତି ଭାଜପା ପ୍ରସ୍ତୁତି ଆରମ୍ଭ ଦେଇଛି। ତେବେ ଏପ୍ରିଲ ୬ ରୁ ୧୪ ଏପ୍ରିଲ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପର୍ଯ୍ୟନ୍ତ ଏହାକୁ ସାମାଜିକ ନ୍ୟାୟ ସପ୍ତାହ ଭାବେ ପାଳନ କରାଯିବା ନେଇ ଭାଜପା ନିଷ୍ପତ୍ତି ନେଇଛି। ଏହି ସମୟରେ ଗରିବ, ଶୋଷିତ, ବଞ୍ଚିତ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ଶ୍ରେଣୀର କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରାଯିବ। ଏଥିସହ ଦେଶରେ କର୍ମକର୍ତ୍ତାଙ୍କୁ ପ୍ରତିଷ୍ଠା ଦିବସ ପାଳନ କରିବାକୁ ମଧ୍ୟ କୁହାଯାଇଛି।