ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ରହିଛି। ସେହିପରି ସମ୍ବଲପୁର ଲୋକ ସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି। ଷ୍ଟାର ପ୍ରଚାରକ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଖଣ୍ଡ ଗସ୍ତ କରିଥିଲେ। ବର୍ତ୍ତମାନ ଭାଜପା ତାଙ୍କୁ ବିଧିବଦ୍ଧ ଭାବେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଦଳ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ୧୭ ନମ୍ବର ସ୍ଥାନରେ ଅଛନ୍ତି। ଓଡ଼ିଶା ସୀମାନ୍ତକୁ ଝାଡ଼ଖଣ୍ତ ରାଜ୍ୟ ଲାଗିଛି। ଝାଡ଼ଖଣ୍ଡର ଷଢ଼େଇକଳା ଓ ଜାମଶେଦପୁର ଭଳି ଅନେକ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀ ଲୋକ ରହୁଛନ୍ତି। ସେମାନଙ୍କ ଭୋଟ ନିଜ ସପକ୍ଷରେ ନେବା ଲାଗି ଭାଜପା ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି। ରାଜ୍ୟରୁ ଅନ୍ୟ କୌଣସି ନେତାଙ୍କ ନାଁ ଏହି ତାଲିକାରେ ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୬।୧୦: ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲାରେ ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ଆକାଶ ମାର୍ଗରୁ...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା…

ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

୨୯ରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୬ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୯ ଏବଂ ୩୦ ତାରିଖ ୨ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀଠାରେ ଆୟୋଜିତ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri