Categories: ଜାତୀୟ

‘ତଲଓ୍ବାର୍‌ ଦେଖାଇ ଭାଜପା ନେତାଙ୍କୁ ଟିଏମ୍‌ସିରେ କରାଯାଉଛି ସାମିଲ’

ଇନ୍ଦୋର,୩।୧୧: ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ। ସେ କହିଛନ୍ତ, ଏହି ରାଜ୍ୟରେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁରୁତର ଅପରାଧର ମିଥ୍ୟା ମାମଲା ରହିଛି। ତଲଓ୍ବାର୍‌ ଦେଖାଇ ନେତାଙ୍କୁ ଟିଏମ୍‌ସିରେ ସାମିଲ ହେବାକୁ ଧମକ ଦିଆଯାଉଛି। ବାଧ୍ୟ ହୋଇ ସେମାନେ ଭାଜପା ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜୟବର୍ଗିୟ କହିଛନ୍ତି, ଯଦି ଗଣତନ୍ତ୍ରରେ ଆଦୌ ବିଶ୍ୱାସ ନ ଥିବା ଜଣେ ଶାସକ ଦଳର ନାମ ଦେଶର ଇତିହାସରେ ଲେଖାଯିବ, ତେବେ ବାନାର୍ଜୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ ଦଳର ଅନେକ ଟିଏମ୍‌ସିରେ ଯୋଗ ଦେଇଛନ୍ତି।

Share