Categories: ଜାତୀୟ

ମୁସଲମାନ-ଗ୍ରାମୀଣ-ଦଳିତଙ୍କ ଭୋଟ ହାତେଇଲା ଭାଜପା: ଭାଙ୍ଗିପାରେ କଂଗ୍ରେସର ୧୯୮୫ର ରେକର୍ଡ…

ନୂଆଦିଲ୍ଲୀ,୮।୧୨ : ଗୁଜରାଟରେ ପୁଣି ଥରେ ଶାସକ ଭାଜପା କ୍ଷମତାକୁ ଫେରିଛି। ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ଭାଜପା ୧୫୫ ଆସନ ମୁହାଁ ହୋଇଛି। ଯଦି ଏହି ଧାରା ଜାରି ରହେ ତେବେ ଭାଜପା ଏପର୍ଯ୍ୟନ୍ତ କଂଗ୍ରେସର ସବୁଠୁ ବଡ ବିଜୟ ରେକର୍ଡ ଭାଙ୍ଗିବ। ୧୯୮୫ କଂଗ୍ରେସ ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ ୧୪୯ ଟି ଆସନ ଜିତିଥିଲା। କିନ୍ତୁ ବର୍ତ୍ତମାନ ଭାଜପା ୧୫୦ରୁ ଅଧିକ ସିଟ ଜିତି ରାଜ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଏହି ରେକର୍ଡ ବିଜୟରେ ରାଜ୍ୟର ସମସ୍ତ ସମ୍ପ୍ରଦାୟ, ସହର ଏବଂ ଗ୍ରାମାଞ୍ଚଳର ଭୋଟର ଭାଜପାକୁ ସମର୍ଥନ କରିଛନ୍ତି।

ବିଶେଷ ଭାବେ ମୁସଲମାନ-ଗ୍ରାମୀଣ-ଦଳିତଙ୍କ ଭୋଟ ଭାଜପା ହାତେଇଥିବାରୁ ଏହି ରେକର୍ଡ ସୃଷ୍ଟି କରିବାକୁ ଯାଉଥିବା ରାଜନୈତିକ ସମର୍ଥକମାନେ ମତପୋଷଣ କରିଛନ୍ତି।

ଟ୍ରେଣ୍ଡ ଅନୁଯାୟୀ, ସୌରାଷ୍ଟ୍ରର ୫୪ ଟି ଆସନ ମଧ୍ୟରୁ ଭାଜପା ୪୪ ରେ, କଂଗ୍ରେସ ୫ ରେ, ୪ ଟିରେ ଏଏପି ଏବଂ ଅନ୍ୟାନ୍ୟ ୧ ଟି ସିଟରେ ଆଗୁଆ ରହିଛନ୍ତି। ଉତ୍ତର ଗୁଜୁରାଟର ୩୨ ଟି ସିଟ ମଧ୍ୟରୁ ୨୬ ଟିରେ ଭାଜପା ଏବଂ ୬ ଟି ଆସନରେ କଂଗ୍ରେସ ଆଗରେ ରହିଛି। ସେହିଭଳି କେନ୍ଦ୍ରୀୟ ଗୁଜରାଟର୬୧ ଟି ଆସନ ମଧ୍ୟରୁ ଭାଜପା ୫୭ ରେ, କଂଗ୍ରେସ୩ ରେ ଏବଂ ଅନ୍ୟାନ୍ୟ ୧ରେ ଆଗରେ ଅଛନ୍ତି।

Share